Site icon Odisha.com

ଭଦ୍ରକ: ଦେବାଦେବୀ ପୂଜାସ୍ଥଳୀ ଉଚ୍ଛେଦକୁ ବିରୋଧ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର କେତେକ ମନ୍ଦିର ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିବା ବେଳେ ବହୁଦିନରୁ ପୂଜା ପାଉଥିବା ହିନ୍ଦୁ ବୋବେୀ ମନ୍ଦିର ଭାଙ୍ଗିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ନଗର ବିଜେପି ପକ୍ଷରୁ କୁହାଯାଇଛି ।

ଭଦ୍ରକ ତହସିଲାରଙ୍କ ଦ୍ୱାରା ଏକ ନାଟିସ ଜାରି କରାଯାଇ ମନ୍ଦିର ସହ ଜଡ଼ିତ ବ୍ୟକ୍ତି ମାନଙ୍କୁ ହାଜର ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରିବା ପାଇଁ ଦଳ ପକ୍ଷରୁ ସଂପୃକ୍ତ ମନ୍ଦିର ପରିଚାଳନା କମିଟି ମାନଙ୍କୁ ଆହ୍ୱାନ ଦିଆଯାଇଛି ।

ଦୀର୍ଘ ତିନି ଦଶନ୍ଧି ଧରି ରହିଆସିଥିବା ଶାନ୍ତ ପରିବେଶକୁ ଅଶାନ୍ତ କରିବାକୁ ପ୍ରଶାସନ ଯେଉଁ ହୀନ ପ୍ରୟାସ ଆରମ୍ଭ କରିଛି ତାହାର ଦୃଢ଼ ବିରୋଧ କରାଯିବ ବୋଲି ନଗର ସଭାପତି ସମୀର ଗୋସ୍ୱାମୀ, ଯୁବମୋର୍ଚ୍ଚା ସଭାପତି ଘାଉଲି ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ଥିବା ୬୩ଟି ମନ୍ଦିର ଉଛେଦ କରିବାକୁ ନୋଟିସ ଜାରି କରିଛି ।

ଓଡ଼ିଶା ଭୂମି ଅଧିକାର ଦଖଲ ନିବାରଣ ଅଧିନିୟମ ଅନୁଯାୟୀ ସରକାରୀ ଜମିକୁ ବିନା ଅନୁମତିରେ ଦଖଲ କରିଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାର କାରଣ ର୍ଶାଇବା ସହ ୩୦ଦିନ ମଧ୍ୟରେ ଅବରୋଧ ହୋଇଥିବା ସ୍ଥାନରୁ ଅପସରି ଯିବାପାଇଁ ନୋଟିସ ଜାରି ହୋଇଛି ।

ନଚେତ ସରକାର ସଂପୃକ୍ତ ଜମିକୁ ନିଜ ଖଲକୁ ନେବା ସହ ସେହି ସ୍ଥାନରେ ଥିବା ସମସ୍ତ ସଂପତିକୁ ବ୍ୟାଜାପ୍ତ କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ତେବେ ବହୁଦିନରୁ ପୂଜା ପାଇ ଆସୁଥିବା ଏହି ମନ୍ଦିର ଗୁଡ଼ିକକୁ ଉଚ୍ଛେଦ କରିବା ନୋଟିସ ସହରରେ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version