• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଧାୟକଙ୍କ ମୁକ୍ତି: ୧୩ ବନ୍ଦୀଙ୍କ ମାମଲା ପ୍ରତ୍ୟାହାର ନିଷ୍ପତି

April 18, 2012 by admin

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦାବି ଅନୁଯାୟୀ ୨୯ ଜଣ ବନ୍ଦୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହର କରିବାକୁ ସରକାର ବୁଧବାର ଘୋଷଣା କରିଛନ୍ତି ।

ମାଓବାଦୀଙ୍କ ୨୯ ଜଣିଆ ତାଲିକାରେ ଏହି ୧୩ ଜଣଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ ୮ ଜଣ ଚାଷୀ ମୂଲିଆ ଆଦିବାସୀ ସଂଘର ଏବଂ ୫ ଜଣ ମାଓବାଦୀ ।

ସେମାନେ ହେଲେ ଅରଗୁ ସିରିକା, ରୂପନା ହୁଲୁକା, ଦୋରା ହନ୍ତାଳ, ଧନ ହନ୍ତାଳ, ୱାଡେକା ଡିବା, ନାଚିକା ସୁବା, ରବି ତାଡିଙ୍ଗି, ହୁଲୁକା କେଶବା, ସେତୁ ପାଙ୍ଗି, ମୁଲା ନୀଲମ ରେଡ୍ଡୀ, ଦେବ ମାଢ଼ୀ, ଗଙ୍ଗା ସୋଡି ଓ ଭୀମ ପାଡିଆମା ।

ବୁଧବାର ଅପରାହ୍ନ ୫ଟା ସୁଦ୍ଧା ବିଧାୟକଙ୍କୁ ମାଓବାଦୀମାନେ ଛାଡ଼ିଦେଲେ ସରକାର ବନ୍ଦୀଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ସଂପର୍କରେ ଗୁରୁତର ସହ ବିଚାର କରିବେ ବୋଲି ଗତକାଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ଦାବି ମୁତାବକ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ଏବଂ ତାଙ୍କ ଉପରେ ଆମର ବିଶ୍ୱାସ ନାହିଁ । ତେଣୁ ସମୟସୀମା ଅନୁଯାୟୀ ଆଜି ବିଧାୟକଙ୍କୁ ମୁକ୍ତ କରାଯାଇ ପାରୁ ନାହିଁ ବୋଲି ମାଓନେତ୍ରୀ ଅରୁଣା ଗଣମାଧ୍ୟମକୁ ଏକ ଅଡ଼ିଓ ଟେପ୍ ମାଧ୍ୟମରେ ଜଣାଇଛନ୍ତି ।

ଏଥିପାଇଁ ଆଉ ସମୟସୀମା ଦିଆଯିବ ନାହିଁ ଏବଂ ପ୍ରଜାକୋର୍ଟରେ ବିଧାୟକଙ୍କ ସଂପର୍କରେ ବିଚାର କରାଯାଇ ନିଷ୍ପତି ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସରକାର ୧୩ ଜଣ ବନ୍ଦୀଙ୍କ ନାମରୁ ମାମଲା ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିବାରୁ ମାଓବାଦୀମାନେ ବିଧାୟକଙ୍କୁ ତୁରନ୍ତ ଅକ୍ଷତ ଅବସ୍ଥାରେ ଛାଡିବୋକୁ ସରକାର ଅନୁରୋଧ କରିଛନ୍ତି ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version