ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) କାଳବୈଶାଖି ପ୍ରଭାବରେ ଭଦ୍ରକ ସହରରେ ବୁଧବାର ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।
ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା, ଘଡ଼ଘଡ଼ି, କୁଆପଥର ମାଡ଼ ଯୋଗୁଁ ସହରର ତଥା ଆଖପାଖ ଅଞ୍ଚଳ ମାନଙ୍କରେ ପ୍ରଭୂତ କ୍ଷତି ଘଟିବା ସହ ଗଛ ଗୁଡ଼ିକର ଡ଼ାଳ ଭାଙ୍ଗି ପଡ଼ିବାରୁ ବହୁସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।
ଏଥିସହ ପ୍ରବଳ କୁଆପଥର ବୃଷ୍ଟି ହେବାରୁ ଅମଳ ଅପେକ୍ଷାରେ ଥିବା ବିଲ ମାନଙ୍କରେ ପାଚିଲା ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି ହୋଇଛି ।
ସହରର ବହୁ ବ୍ୟବସାୟ ପ୍ରତିଷ୍ଠାନର ହୋର୍ଡ଼ିଂ ପବନରେ ଉଡ଼ିଯାଇଛି । ବହୁସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇ ପାରିନଥିବାରୁ ସହରର ଅଧିକାଂଶ ସ୍ଥାନ ଅନ୍ଧାରରେ ରହିଛି ।
ଓଡ଼ିଶା ଡ଼ଟ୍ କମ୍