Site icon Odisha.com

ହ୍ୱିଲ ଦ୍ଵୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଗୁରୁବାର ଅନ୍ତଃ ମହାଶେୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ତଥା ବୈଜ୍ଞାନିକଙ୍କ ଉପସ୍ଥିତିରେ ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ସକାଳ ୮ଟା ୫ରେ ଏହାର ପରୀକ୍ଷଣ କରାଯାଇଛି ।

୧୭.୫ ମିଟର ଲମ୍ବ ଓ ୫୦ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେନ କ୍ଷମତା ପାଞ୍ଚ ହଜାର କିମି ଓ ଏହା ୧୧ କ୍ଵିଣ୍ଟାଲ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ ।

ଖରାପ ପାଗ ଯୋଗୁଁ ବୁଧବାର ହେବାକୁ ଥିବା ଏହାର ପରୀକ୍ଷା ସ୍ଥଗିତ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version