Site icon Odisha.com

ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାଉରକେଲା ସ୍ୱତନ୍ତ୍ର ଟ୍ରେନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଚଳାଚଳ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ଯାତ୍ରୀ ଭିଡ଼ ତଥା ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ପୁରୀ-ରାଉରକେଲା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ସ୍ଥିର କରାଯାଇଛି ।

ପୁରୀ-ରାଉରକେଲା-ପୁରୀ ପରୀକ୍ଷାର୍ଥୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୨୮ ତାରିଖ ସକାଳ ୫ଟା ୨୫ରେ ପୁରୀରୁ ବାହାରି ୩ଟା୩୦ରେ ରାଉରକେଲାରେ ପହଂଚିବ । ଫେରିବା ବେଳେ ଏହା ୨୯ରେ ରାତି ୯ଟା ୪୫ର ବାହାରି ୩୦ ତାରିଖ ପୂର୍ବାହ୍ନ ୯ଟା ୩୫ରେ ପୁରୀରେ ପହଂଚିବ ।

ପୁରୀ ଓ ରାଉରକେଲା ମଧ୍ୟରେ ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଠାରେ ରହଣି କରିବ ।

ଏଥିରେ ଗୋଟିଏ ଏସି-୨ଟାୟାର, ଗୋଟିଏ ୩ଟାୟାର, ଆଠଟି ସ୍ଲିପର କ୍ଲାସ ବଗି, ତିନୋଟି ସାଧାରଣଦ୍ୱିତୀୟ ଶ୍ରେଣୀ ଏବଂଦୁଇଟି ଲଗେଜଭ୍ୟାନ୍ର ବ୍ୟବସ୍ଥା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version