Site icon Odisha.com

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସ୍ୱେଚ୍ଛାକୃତ ଅବସର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦୀପ, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ଗତ ବର୍ଷ ଜାନୁୟାରୀରେ ପାରାଦୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜି.ଜଗନ୍ନାଥ ରାଓ ଶୁକ୍ରବାର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ।

ବନ୍ଦରର ବିକାଶ ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ତଥା ସମସ୍ତଙ୍କ ସହ ଭଲ ସଂପର୍କ ଥିବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଖବର କର୍ମଚାରୀ, ଅଫିସର ତଥା ଅନ୍ୟମାନଙ୍କୁ ସ୍ତମ୍ଭୀତ କରିଛି ।

“ବ୍ୟକ୍ତିଗତ କାରଣରୁ ମୁଁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାକୁ ନିଷ୍ପତି ନେଇଥିଲି ଏବଂ ଏଥିପାଇଁ ମତେ ଅନୁମତି ଦେବାକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲି । ତେଣୁ ଆଜି ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଛନ୍ତି” ରାଓ ଗଣମାଧ୍ୟମକୁ କହିଛନ୍ତି ।

ଅବସରଗ୍ରହଣ କରିବା ପରେ ସେ ବନ୍ଦର ଉପାଧ୍ୟକ୍ଷ ଅନନ୍ତ କୁମାର ବୋଷଙ୍କୁ ଦ।ୟୀତ୍ୱ ହସ୍ତାନ୍ତର କରିଛନ୍ତି । ରାଓ ୧୯୮୧ରେ ପାରାଦୀପ ବନ୍ଦରରେ ଯୋଗ ଦେଇଥିଲେ ଏବଂ ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ମେଟେରିଆଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

ପରେ ସେ ବନ୍ଦରର ଉପାଧ୍ୟକ୍ଷ ଏବଂ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version