Site icon Odisha.com

ଆମେରିକାରେ ଓଡ଼ିଆ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ୟୟନ କରୁଥିବା କୋରାପୁଟ ଜିଲ୍ଲାର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଜୟପୁର ଅଂଚଳର କେ.ଶେଷ୍ରାଦି ରାଓଙ୍କୁ ଆଲଷ୍ଟୋନ ସହରରରେ ଗତ ଗୁରୁବାର ଦୁର୍ବୃତମାନେ ଗୁଳି କରି ହତ୍ୟା କରିଛନ୍ତି ।

ଶେଷ୍ରାଦି ବୋଷ୍ଟନ ୟୁନିଭରସିଟିରେ ଟ୍ରେଜେରି ଆଣ୍ଡ ଇନ୍ଭେଷ୍ଟମେଂଟରେ ମାଷ୍ଟର ଡ଼ିଗ୍ରି କରୁଥିଲେ ବୋଲି ଆମେରିକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଭରସିଟି ପରିସରରେ ତାଙ୍କୁ ଗୁଳି କରାଯାଇଥିଲା ।

ବର୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ସେଠାକାର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଜୟପୁରରେ ରହୁଥିବା ପାରାବେଢାର କେ.ସୁଧାକର ରାଓଙ୍କ ପୁଅ ଶେଷ୍ରାଦି ଗତ ବର୍ଷ ଅଗଷ୍ଟରେ ଆମେରିକାକୁ ପାଠ ପଢିବାକୁ ଯାଇଥିଲେ ।

ତେବେ ପୁଅ ଭଲ ପାଠ ପଢୁଥିବାରୁ ତାକୁ ହତ୍ୟା କରାଯାଇଛି ବୋଲି କେ.ସୁଧାକର ଗଣମାଧ୍ୟମକୁ
କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version