Site icon Odisha.com

ପରୀକ୍ଷାରେ କପିକୁ ନେଇ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାରେ କପି କରିବାକୁ ନେଇ ଶନିବାର ଉତ୍ୟକ୍ତ ଲୋକମାନେ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା କରିଥିବା ପୋଲିସ କହିଛି ।

କପି କରୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷର କେନ୍ଦ୍ରୀୟ ସ୍କ୍ୱାଡ୍ ହାତରେ ଧରାପଡି ୫୧ ଜଣ
ପରୀକ୍ଷାର୍ଥୀ ଦଣ୍ଡିତ ହୋଇଛନ୍ତି ।

ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଭାବକ , ସ୍ଥାନୀୟ ଲୋକ ଓ ପରୀକ୍ଷାର୍ଥୀଙ୍କ ଆକ୍ରମଣରେ ସ୍କ୍ୱାଡ୍ଙ୍କୁ ଆଣିଥିବା କାର୍ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଢେଲାମାଡରେ କାଞ୍ଜିପାଣି ହାଇସ୍କୁଲର ଜଣେ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଫାଟି ଯାଇଛି ।

ପରୀକ୍ଷା ଶେଷ ହେବା ମାତ୍ରେ କପି ଧରାପଡିଥିବା ପରୀକ୍ଷାର୍ଥୀ ମଧ୍ୟ ଏଥିରେ ସାମିଲ ହୋଇ କାର୍କୁ
ଭଙ୍ଗାରୁଜା କରିଥିଲେ ଏବଂ ସ୍କ୍ୱାଡ୍ ଳର ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମଧ୍ୟ ଚିରି ଦେଇଥିଲେ ।

ପରୀକ୍ଷା କେନ୍ଦ୍ରରେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କପି ପ୍ରୋତ୍ସାହନ ଅଭିଯୋଗରେ କୋମନା ବ୍ଳକ୍ ଭେଲା ସ୍ଥିତ ଡ. କାର୍ଟଜୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଦେବରଞ୍ଜନ ପଟେଲଙ୍କୁ ପୋଲିସ ଗିରଫ କରିଛି ।

ସେହିପରି ସିନାପାଲି ବ୍ଲକ ବୋଡ଼ାଲ ହାଇସ୍କୁଲ ଶିକ୍ଷକ ରମେଶ ପଟେଲ ଓ ୨ ଜଣ ଅଭିଭାବକଙ୍କୁ ମଧ୍ୟ
କପି ଯୋଗାଇବା ଅଭିଯୋଗରେ ପୋଲିସ ଗିରଫ କରଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version