Site icon Odisha.com

ବାରବାଟୀରେ ଆଇପିଏଲ୍ ମ୍ୟାଚ୍ ପାଇଁ ବ୍ୟାପକ ସୁରକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ରବିବାର କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଆଇପିଏଲ୍ କ୍ରିକେଟ୍ ମ୍ୟାଚ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମ୍ୟାଚ ପାଇଁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ସନ୍ଧାନୀ କୁକୁର, ବିସ୍ଫୋରଣ ନିରୋଧି ସ୍କ୍ୱାର୍ଡ଼, ଓଡ଼୍ରାଫ୍ ଟିମ୍ ଓ କୁଇକ ରିଆକ୍ସନ୍ ଟିମ୍କୁ ନିୟୋଜିତ କରାଯାଇଛି ।

ତିନି ଶହ ପୋଲିସ ଅଫିସରଙ୍କୁ ସୁରକ୍ଷା ତଦାରଖ ପାଇଁ ନିୟୋଜିତ କରାଯାଇଥିବା ବେଳେ ଷ୍ଟାଡ଼ିୟମ ଭିତରକୁ ଦର୍ଶକ ଖାଦ୍ୟ ସାମଗ୍ରୀ ଓ ପାଣି ପାଉଚ ଆଣିବା ଉପରେ କଟକଣା ଜାରି କରାଯାଇଛି ।

ଷ୍ଟାଡ଼ିୟମ ଭିତରେ ଓ ବାହାର ସହ ଖେଳାଳୀମାନେ ଅଭ୍ୟାସ ପାଇଁ ଭୁବନେଶ୍ୱରରୁ କଟକ ଆସି ଅଭ୍ୟାସ ଶେଷ କରି ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଷର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ମ୍ୟାଚ ଆରମ୍ଭର ଚାରି ଘଂଟା ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଜାରି କରାଯିବ । ବାରବାଟୀରେ ଅପ୍ରେଲ ୨୨ ଏବଂ ମଇ ୨ରେଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ।

ଡେକାନ୍ ଚାର୍ଜର୍ସ ଓ କୋଲ୍କାତା ନାଇଟ୍ ରାଇଡ଼ର୍ସ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛନ୍ତି । ଉଭୟ ଦଳ ଆଜି ବାରବାଟୀରେ ଅଭ୍ୟାସ କରିବେ । ରବିବାର ରାତି ଆଠଟାରେ ମ୍ୟାଚ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version