Site icon Odisha.com

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇ ୫ ଛାତ୍ର-ଛାତ୍ରୀ ଅସୁସ୍ଥ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଚରମ୍ପା-ଡ଼ଗରାସାହି ନଟବର ନୋଡ଼ାଲ ସ୍କୁଲର କେତେକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ।

ପ୍ରଥମ ଓଦ୍ୱିତୀୟ ଶ୍ରେଣୀର ଏହି ୫ଜଣ ଛାତ୍ରଛାତ୍ରୀ ପଚା ଅଣ୍ଡା ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଛାତ୍ରଛାତ୍ରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଭାତ ଓ ଡ଼ାଲି ଖାଇବାକୁ ଦିଆଯିବା ପରେ ଛୁଟିର ଅଧଘଣ୍ଟା ପୂର୍ବରୁ ସିଝା ଅଣ୍ଡା ଦିଆଯାଇଥିଲା ।

ପରେ ଛୁଟି ହେବାରୁ ଘରକୁ ଯାଉଥିବା ଏହି ଛାତ୍ରଛାତ୍ରୀମାନେ ରାସ୍ତାରେ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ପଚା ସିଝା ଅଣ୍ଡା ଖାଇ ସେମାନଙ୍କର ଏଭଳି ପରିସ୍ଥିତି ହୋଇଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ଅବିଭାବକମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version