Site icon Odisha.com

ବିଧାୟକ ଅପହରଣ: ଦାବି ଦୋହରାଇଲେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଶନିବାର ପୁଣି ସେମାନଙ୍କର ଦାବି ଦୋହରାଇଛନ୍ତି ।

ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ କର୍ମକର୍ତାଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ପୂର୍ବରୁ ସେମାନେ ୨୯ ଜଣ ବନ୍ଦୀଙ୍କୁ ଛାଡ଼ିବୋକୁ ଦାବି କରିଥିଲେ ।

କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ମୁକ୍ତ କରିବା ପାଇଁ ରାଜି ହୋଇଥିବା ବେଳେ ମାଓବାଦୀମାନେ ଏହାକୁ ଅଗ୍ରାହ୍ୟ କରି ଆସନ୍ତା ୨୫ରେ ପ୍ରଜାକୋର୍ଟରେ ବିଧାୟଙ୍କ ମୁକ୍ତି ନେଇ ନିଷ୍ପତି ନିଆଯିବ ବୋଲି କହିଥିଲେ ।

ଦାବି ସଂପର୍କରେ ସରକାର ଯେଉଁଭଳି ଭାବରେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏହା କୌଣସି ନିର୍ଦ୍ଧିଷ୍ଟ ସମାଧାନରେ ପହଞ୍ଚିବ ନାହିଁ ବୋଲି ମାଓନେତା ଏକ ବାର୍ତାରେ କହିଛନ୍ତି ।

ବିଧାୟକଙ୍କୁ ମୁକ୍ତ କରିବାକୁ ଯଦି ସରକାରଙ୍କ ଇଚ୍ଛା ଅଛି ତେବେ ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ ସଦସ୍ୟଙ୍କୁ ଖଲାସ କରିବା ଉଚିତ୍ ବୋଲି ସେ କେତେକ ଗଣମାଧ୍ୟକୁ ପଠାଇଥିବା ଏକ ପତ୍ରରେ ଉଲ୍ଲେଖ କକରାଯାଇଛି ।

“ଆମେ ସରକାରଙ୍କ ଯୋଜନାକୁ ବିରୋଧ କରୁଛୁ, ଅପହୃତଙ୍କ ମୁକ୍ତି ପାଇଁ ସରକାର ଯେଉଁ ବିଳମ୍ବ କରୁଛନ୍ତି ତାହାକୁ ମଧ୍ୟ ଆମେ ନିନ୍ଦା କରୁଛୁ” ସେ କହିଛନ୍ତି । ମାଓ ବିରୋଧୀ ଅଭିଯାନକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ କହିଛନ୍ତି ।

ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ କୋରାପୁଟରୁ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version