Site icon Odisha.com

ସମ୍ବଲପୁର: ଜିଲ୍ଲାପାଳ-ଓକିଲ ମୁହାଁମୁହିଁ, ଭଙ୍ଗାରୁଜା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ଓକିଲଙ୍କୁ ଦୁର୍ବ୍ୟବହାର ପ୍ରତିବାରେ ସୋମବାର ସମ୍ବଲପୁରରେ ଓକିଲ ସଂଘ ଓ ଜିଲ୍ଲାପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି ।

ଜମି ପଞ୍ଜିକରଣ ଉପରେ ହାଇକୋର୍ଟ ରାୟ ଗତ ଶନିବାର ପ୍ରକାଶ ପାଇବା ପରେ ଆଜି କେତେକ ଲୋକ ଜମି କିଣାବିକା ପାଇଁ ସବ୍ ରେଜିଷ୍ଟ୍ରାର୍ ଅଫିସ୍ ଯାଇଥିଲେ । ସେଠାରେ ସେମାନେ ପୁରୁଣା ଜମି ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ବୋକୁ ସବ୍ ରେଜିଷ୍ଟ୍ରାର୍ଙ୍କୁ ଅନୁରୋଧ କରିଥିଲେ ।

ତେବେ ସେ ହାଇକୋର୍ଟ ରାୟ ପାଇ ନାହାନ୍ତି ବୋଲି ଦର୍ଶାଇ ବର୍ଦ୍ଧିତ ରବର ଷ୍ଟାମ୍ପ ଡ୍ୟୁଟି ଦେବାକୁ କହିଥିଲେ । ଫଳରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ
ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଛନ୍ତି ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ତେବେ ଜିଲ୍ଲାପାଳ ଘଟଣାସ୍ଥଳରୁଦୌଡ଼ିଯାଇ ଏସ୍ପିଙ୍କ କାର୍ଯ୍ୟାଳୟ ଭିତରେ ପଶିଯାଇଥିଲେ ।

ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ
ଭଙ୍ଗାରୁଜା କରିଥିଲେ ।

ତେବେ ସବ୍ରେଜିଷ୍ଟ୍ରାରଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରାଯିବା ଖବର ପାଇ ଓକିଲଙ୍କ ସହିତ ଆଲୋଚନା ପାଇଁ ସେ ଯାଇଥିଲେ ଏବଂ ସେଠାରେ ଓକିଲମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ ବୋଲି ଜିଲ୍ଲାପାଳ ମୃଣାଳୀନି ଦର୍ଶୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଜିଲ୍ଲା ଓକିଲ ସଂଘ, ଜିଲ୍ଲାପାଳ ଏବଂ ସବ୍ରେଜିଷ୍ଟ୍ରାରଙ୍କ ପକ୍ଷରୁ ଟାଉନ୍ ଥାନାରେ ଏ ସଂପର୍କରେ ତିନିଟି ଏତଲା ଦିଆଯାଇଥିବା ବେଳେ ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version