Site icon Odisha.com

ଅପହରଣ ମାମଲାରେ ଅଭିଯୁକ୍ତକୁ ୭ବର୍ଷ ଜେଲ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ବଳାତ୍କାର ଓ ଅପହରଣ ମାମଲାର ବିଚାର କରି ସୋମବାର ସ୍ଥାନୀୟ ଅଦାଲତ ଅଭିଯୁକ୍ତକୁ ସାତ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମୁଖ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନମିତା ଦାସ ଅଭିଯୁକ୍ତ ରବିନ୍ଦ୍ର ପୋଥାଳକୁ ଦୋଷୀ ସାବ୍ୟସ୍ତ କରି ଏହି କାରାଦଣ୍ଡାଦେଶ ସହିତ ୫ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁନଶ୍ଚ ୧ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଦେଇଛନ୍ତି ।

ଭଣ୍ଡାରିପୋଖରୀ ଥାନା ଅର୍ନ୍ତଗତ ପତ୍ରିବିନ୍ଧା ଗ୍ରାମର ସୁଧାକର ରାଉତଙ୍କ ସାଙ୍ଗର ପୁତୁରା ତଥା ପିରିପୁର ଗ୍ରାମର ନାରାୟଣ ପୋଥାଳଙ୍କ ପୁତ୍ର ରବିନ୍ଦ୍ରର ଘରୋଇ ସଂପର୍କ ଥିଲା । ଉକ୍ତ ସଂପର୍କ କ୍ରମେ ରବିନ୍ଦ୍ର ଗତ ୨୦୦୭ ଅପ୍ରେଲ ୫ରେ ସୁଧାକରଙ୍କ ନାବାଳିକା କନ୍ୟାଙ୍କୁ ଟେଲିଫୋନ ଯୋଗେ ଫତେପୁର ରାମନବମୀ ପଡ଼ିଆକୁ ଡ଼କାଇଥିଲା ।

ଆସିବା ସମୟରେ ସେ ସାଙ୍ଗରେ ୨୫ହଜାର ଟଙ୍କା ଓ ସୁନା ଗହଣାନେଇ ଆସିଥିଲା । ପ୍ରଥମେ ରବିନ୍ଦ୍ର ତା’କୁ ବାଲେଶ୍ୱର ଜିଲ୍ଲା ମିଶ୍ରପୁର ଗ୍ରାମରେ ରଖିଥିଲା ।

ପରେ ରବିନ୍ଦ୍ର ସଂପୃକ୍ତ ନାବାଳିକାଙ୍କ ସହ କୋର୍ଟକୁ ଯାଇ ତାଙ୍କ ଠାରୁ କେତେକ ସାଦା କାଗଜରେ ଦସ୍ତଖତ ନେବା ପରେ ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ବିବାହ କରିବା ପାଇଁ କହିବାରୁ ନାବାଳିକା ଜଣକ ଏଥିରେ ରାଜି ହୋଇନଥିଲେ ।

ଏହାପରେ ରବିନ୍ଦ୍ର ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିବା ସହ ମାଡ଼ମାରି ଧମକ ମଧ୍ୟ ଦେଇଥିଲା । ଏସଂପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version