Site icon Odisha.com

ଦୁର୍ଘଟଣାରେ ୬ପରୀକ୍ଷାର୍ଥୀଙ୍କ ସହ ୭ ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲାରେ ମଙ୍ଗଳବାର ଏକ ମର୍ମନ୍ତୁନ୍ତ ସଡ଼କ ଦୁର୍ଘଟଣାରେ ଛଅ ଜଣ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ସହ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ପରୀକ୍ଷାର୍ଥୀଙ୍କୁ ନେଇ ଏକ ଭ୍ୟାନ ନୟାଗଡ଼ରୁ ଆସୁଥିବା ବେଳେ ସନପଡ଼ା ଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଛାତ୍ର ଓ ତିନି ଜଣ ଛାତ୍ରୀ ଓ ଭ୍ୟାନ୍ର ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ପରେ ଡ଼ାକ୍ତରଖାନାରେ ଅନ୍ୟ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ପରୀକ୍ଷା ଦେଇ ଉକ୍ତ ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଅନ୍ୟ ପାଂଚ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version