Site icon Odisha.com

ପାନୀୟ ଜଳ ଯୋଗାଣ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ଗ୍ରୀଷ୍ମଋତୁରେ ଲୋକମାନେ ପାଣି ପାଇବାରେ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଗ୍ରାମାଂଚଳ ଓ ସହରାଂଚଳ ପାନୀୟ ଜଳ ଯୋଗାଣ ସଂପକରେ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମାଂଚଳରେ ଆବଶ୍ୟକ ମୁତାବକ ପାଣି ଟ୍ୟାଙ୍କରମୁତୟନ କରାଯାଇଥିବା ବେଳେ ୨ଲକ୍ଷ ୫୮ ହଜାର ନଳକୂପ ଯାଂଚ କରାଯାଇଛି ବୋଲି ବୈଠକରେ କୁହାଯାଇଛି ।

ସେହିପରି ବିଭିନ୍ନ ସହରାଂଚଳରେ ୨୩୮ଟି ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି । ଆବଶ୍ୟକସ୍ଥଳେ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜେନେରେଟର ମହଜୁ ରଖିବାଉପରେ ଗୁରୁତ୍ୱାରୋପ କରାଯାଇଛି ।

ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, କଂଟାବାଞ୍ଜି ଓ ବ୍ରହ୍ମପୁର ଆଦି ସହର ଗୁଡ଼ିକରେ ଜଳ ଯୋଗାଣ ପରିସ୍ଥିତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version