ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ନିରାପଦ ମୁକ୍ତି ପାଇଁ ବୁଧବାର ବିଜେଡି ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ସମ୍ମୁଖରେ ଏକତ୍ରିତ ହୋଇ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।
ହିକ୍କାଙ୍କ ଫଟୋ ଥିବା ପ୍ଲାକାର୍ଡ଼ ଧରି ସେମାନେ ମାଓବାଦୀମାନେ ଏଭଳି କାର୍ଯ୍ୟ ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ।
ବର୍ତମାନ ମାଓବାଦୀମାନେ ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅପହରଣ କରୁଛନ୍ତି । ଏହା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ସମସ୍ୟା ହୋଇଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ବିଚାର କରିବାକୁ ସେମାନେ କହିଛନ୍ତି ।
ଏଥିରେ ସାଂସଦ ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା, ଅର୍ଜୁନ ଚରଣ ସେଠୀ, ବୈଷ୍ଣବ ଚରଣ ପରିଡ଼ା, ଶଶିଭୂଷଣ ବେହେରା, ପିନାକୀ ମିଶ୍ର, ଭତୃୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ମୋହନ ଜେନା, କଳିକେଶ ସିଂହେଓ, ଦିଲ୍ଲୀପ ତିର୍କୀ ଓ ମଙ୍ଗଳା କିଷାନ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ପାର୍କ ଠାରେ ବିଜେଡ଼ି ବିଧାୟକ, କର୍ମୀମାନେ ବିଭିନ୍ନ ପ୍ଲାକାର୍ଡ଼ ଧରି ଧାରଣା ଦେବା ସହ ବିଧାୟକଙ୍କ ମୁକ୍ତି ପାଇଁ ନିବେଦନ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍