• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଧାୟକଙ୍କ ହତ୍ୟାକାରୀ ସଂପର୍କରେ ସୂଚନା ପାଇଁ ପୁରସ୍କାର

April 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍)ଉମରକୋଟ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀ ସଂପର୍କରେ ସୂଚନା ପ୍ରଦାନକାରୀଙ୍କ ପାଇଁ ସରକାର ପୁରସ୍କାର ଘୋଷଣା କରିଛନ୍ତି ।

ହତ୍ୟାକାରୀଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ପାଂଚ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଗତବର୍ଷ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଂଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରି ପ୍ରତ୍ୟକ୍ଷର୍ଶୀଙ୍କ ବୟାନ ଭିତ୍ତିରେ ଜଣେ ଅଭିଯୁକ୍ତର ସ୍କେଚ୍ ଜାରି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନଥିଲା ।

ସେହିପରି ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘଟଣାର ତନ୍ତ କରୁଥିବା କ୍ରାଇମବ୍ରାଂଚ ଘୋଷଣା କରିଛି ।

ସୂଚନାପ୍ରଦାନକାରୀ ୦୬୭୪-୨୩୦୪୩୧୪ ଫୋନ୍ ନମ୍ବରରେ କଂଟ୍ରୋଲ ରୁମ୍କୁ ଯୋଗାଯୋଗ କରିପାରିବେ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଗତ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ଏବଂ ୨୦ ତାରିଖ ରାତିରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ସ୍ଥିତ ଭଗବତୀ ଉଚ୍ଚ ବିଦ୍ୟାଳୟରୁ ସାତଟି ବିଷୟର ପ୍ରଶ୍ନପତ୍ର ଚୋରି ହୋଇଯାଇଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା ଏବଂ ଅପ୍ରେଲ
୧୭ରେ ପୁଣି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ବିଧାୟକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version