Site icon Odisha.com

ଭ୍ୟାନ ଓଲଟି ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ୧୫ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଗୁରୁବାର ଏକ ପିକପ୍ ଭ୍ୟାନ ଓଲଟି ଦୁଇ ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ପୋଲିସ କହିଛି ।

ବୀଣାପାଣି ହାଇସ୍କୁଲର ୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଉକ୍ତ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଆନନ୍ଦପୁର ଛକ ଠାରେ ଓଲଟି ପଡ଼ିଥିଲା ।

ଗୁରୁତର ଅବସ୍ଥାରେ ଉକ୍ତ ଦୁଇ ଛାତ୍ରଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଛାତ୍ର ହେଲେ ମଠସାହି ଗ୍ରାମର ବିଜ୍ଞାନ ବେହେରା ଏବଂ ଦୁର୍ଗାପୁର ଗ୍ରାମର ଦିଲୀପ ବେହେରା ।

ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଏର୍ସମା ଚିକିତ୍ସାଳୟର ଡ଼ାକ୍ତର ପ୍ରମୋଦ କୁମାର ନାୟକ କହିଛନ୍ତି ।

ଦୁର୍ଘଟଣାରେ ନିରିହ ଶିଶୁମାନେ ପ୍ରାଣ ହରାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୃତ ଛାତ୍ରଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version