• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇସ୍ତଫା ନେଇ ମାଓବାଦୀ ଟେପ୍ ଜାରି କରିପାରନ୍ତି: ହିକକା

April 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ପରୁ ଇସ୍ତଫା ନେଇ ମାଓବାଦୀମାନେ ଏକ ଅଡିଓ ଟେପ୍ ଜାରି କରିପାରନ୍ତି ବୋଲି ମୁକ୍ତ ହେବାର ତିନିଦିନ ପରେ ରବିବାର ବିଜେଡି ବିଧାୟକ ଝିନ୍ନ ହିକକା କହିଛନ୍ତି ।

“ମାଓବାଦୀଙ୍କ ପକ୍ଷରୁ ଏନେଇ ଶୀଘ୍ର ଏକ ଅଡିଓ ଟେପ୍ ଜାରି ହେବାକୁ ଯାଉଛି ଏବଂ ଏହା ଇସ୍ତଫା ସଂପର୍କିତ ସମସ୍ତ ବିଭ୍ରାନ୍ତି ଦୂର କରିବ” ୩୭ ବର୍ଷ ବୟସ୍କ ଲକ୍ଷ୍ମୀପୁର ବିଧାୟକ ହିକକା କହିଛନ୍ତି ।

ଖୁବ୍ ଶୀଘ୍ର ସେ ରାଜଧାନୀ ଆସି ଇସ୍ତଫା ସଂପର୍କରେ ଆଲୋଚନା କରିବେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଜଣାପଡ଼ିବ ବୋଲି ହିକକା କହିଛନ୍ତି । ଏହାସହ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସହ ମଧ୍ୟ ପରାମର୍ଶ କରିବେ ବୋଲି କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲା ୟାପୁଟ ଠାରୁ ମାଓବାଦୀମାନେ ହିକକାଙ୍କୁ ଅପହରଣ କରିନେଇଥିଲେ । ବିଧାୟକ ତଥା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଥରୁ ଇସ୍ତଫା ଦେବା ପାଇଁ ରାଜି ହେବାରୁ ଗତ ୨୬ ତାରିଖଦିନ ସେମାନେ ତାଙ୍କୁ ବାଲିପେଟାଠାରେ ଛାଡ଼ିେଇଥିଲେ ।

ପ୍ରଜାକୋର୍ଟରେ ହିକକା ବିଧାୟକ ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବିଧାୟକଙ୍କୁ ମୁକ୍ତ କରିବା ପୂର୍ବରୁ ମାଓବାଦୀମାନେ ଏକ ଅଡ଼ିଓ ଟେପ୍ ରେ ଗଣମାଧ୍ୟମକୁ ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version