Site icon Odisha.com

ଅଗ୍ନିକାଣ୍ଡରେ ଠିକା ସଂସ୍ଥା ମ୍ୟାନେଜର ଜୀବନ୍ତ ଦଗ୍ଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ଭବାନୀପାଟଣା ସ୍ଥିତ ଏକ ଠିକା ସଂସ୍ଥା ଗେଷ୍ଟ ହାଉସ୍ରେ ରବିବାର ଅଗ୍ନିକାଣ୍ଡ ଯୋଗୁଁ ଜଣେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି ।

ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀରେ ନିୟୋଜିତ ଏଚ୍ଡିଓର ପ୍ରୋଜେକ୍ଟ ମ୍ୟାନେଜର ପି.ଗଣେଶନ୍ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।

ଫାଇବରରେ ତିଆରି ଉକ୍ତ ଘରେ ପାଂଚ ଜଣ ଶୋଇଥିବା ବେଳେ ହଠାତ୍ ନିଅାଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସଂପର୍କରେ ଜାଣିପାରି ଚାରି ଜଣ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଗଣେଶନ୍ ଘର ଭିତରୁ ଆସିପାରିନଥିଲେ ।

ମୃତ ଗଶେଶନ୍ ତାମିଲନାଡ଼ୁର ଜଣେ ସିଭିଲ ଇଂଜିନିୟର୍ । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version