Site icon Odisha.com

ଭାରତୀୟ ବିଦ୍ୟାଭବନ ମ୍ୟାନେଜମେଂଟରେ କୀର୍ତିକଳ୍ପା ଟପ୍ପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ବିଦ୍ୟାଭବନ ଭୁବନେଶ୍ୱର ଶାଖାର
ମ୍ୟାନେଜମେଂଟ ଇନ୍ଷ୍ଟିଚ୍ୟୁଟ୍ର ୨୦୧୦-୧୨ ଗ୍ରାଜୁଏଟ୍ଙ୍କ ମଧ୍ୟରେ କୀର୍ତିକଳ୍ପନା ଦାସ ଟପ୍ପର ହୋଇଛନ୍ତି ।

ଶନିବାର ଅନୁଷ୍ଠିତ ଅନୁଷ୍ଠାନର ତୃତୀୟ ସମାବର୍ତନ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ୨୦୦୯-୧୧ ଏବଂ ୨୦୧୦-୧୨ ଦୁଇ ବ୍ୟାଚ୍ର ଗ୍ରାଜୁଏଟ୍ ମାନଙ୍କୁ ସ୍ୱର୍ଣ୍ଣ ପକ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

ସେହିପରି ୨୦୦୯-୧୧ ବ୍ୟାଚ୍ର ଗ୍ରାଜୁଏଟ୍ ମାନଙ୍କ ମଧ୍ୟରେ ପ୍ରସ୍ନଜିତ୍ ସରକାର ସ୍ୱର୍ଣ୍ଣପକ ହାସଲ କରିଛନ୍ତି । କୀର୍ତିକଳ୍ପା ଟପ୍ପର ହେବା ସହ ମାନବ ସମ୍ବଳ ବିଷୟରେ ସବୁଠାରୁ ଅଧିକ ନମ୍ବର ରଖି ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି ।

ଏହି ଦୁଇ ବର୍ଷର ଦଶ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟରେ ଅଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବାରୁ ପକମାନ ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, କୀର୍ତିକଳ୍ପା ପୂର୍ବରୁ ଏକାଡ଼େମୀ ଟପ୍ପର ଭାବେ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version