Site icon Odisha.com

ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ,କେନ୍ଦ୍ରକୁ ସମାଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳର ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ଏହି ବୈଠକରେ ନେତାମାନେ ସରକାରଙ୍କ ରାଜ୍ୟ ବିରୋଧୀ କାର୍ଯ୍ୟ ବିରୋଧରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲିକହିଛନ୍ତି ।

ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ମାଓବାଦୀଙ୍କ ନିକଟରେ ଆତ୍ମସମର୍ପଣ ମନୋଭାବ ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଓରାମ କହିଛନ୍ତି ।

ରାଜ୍ୟରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା
ଆବଶ୍ୟକ ବୋଲି ବୈଠକରେ ଉପସ୍ଥିତ ନେତାମାନେ କହିଛନ୍ତି ।

ଦଳ ପକ୍ଷରୁ ରାଜନୈତିକ ପ୍ରସ୍ତାବରେ ସରକାରଙ୍କ ତୃଟିପୂର୍ଣ୍ଣ କୃଷୀନୀତି, ରାମ୍ ବୃଦ୍ଧି, ବିର୍ଯ୍ୟସ୍ତ ଆଇନଶୃଙ୍ଖଳା, ଜଙ୍ଗଲଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ, ବିଦ୍ୟୁତ ଶୁଳ୍କ ବୃଦ୍ଧି ଏବଂ ମ୍ୟାଟ୍ରିକ ପ୍ରଶ୍ନପତ୍ର ଚୋରିକୁ ବିରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version