Site icon Odisha.com

ମୃତ ଓଡ଼ିଆ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ବୋଷ୍ଟନରେ ଶୋଭାଯାତ୍ରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବୋଷ୍ଟନ, ମଇ ୨(ଓଡ଼ିଶା ଡ଼ଟ୍ କମ୍) ଆମେରିକାର ବୋଷ୍ଟନ ଠାରେ ଦୁର୍ବୃତ୍ତ ଗୁଳିମାଡ଼ରେ ମୃତ ଓଡ଼ିଆ ଛାତ୍ର ଶେଷା୍ରୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେଠାରେ ମହମବତୀ ଶୋଭାଯାତ୍ରା କରାଯାଇଛି ।

ଗ୍ରେଟର ବୋଷ୍ଟନ ସ୍ଥିତ ଇଣ୍ଡିଆନ୍ ଆସୋସିଏସନ୍ ଏବଂ ଓଡ଼ିଶା ସୋସାଇଟି ଅଫ୍ ନିଉ ଇଂଲଣ୍ଡର ମିଳିତ ଉଦ୍ୟମରେ ଗତ ଅପ୍ରେଲ ୨୯ରେ ବୋଷ୍ଟନ ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ମାର୍ଶ ପ୍ଲାଜା ଠାରେ ଏହା ଅନୁଷ୍ଠିତ ହୋଇଯାଇଛି ।

ଶୋଭାଯାତ୍ରା ଅବସରରେ ରାଓଙ୍କ ସହପାଠିମାନେ ତାଙ୍କ ବିଷୟରେ କହିଥିଲେ । ଏଥିରେ ଛାତ୍ରଛାତ୍ରୀ, ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

ଆସନ୍ତା ୪ ତାରିଖରେ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପ୍ରେକ୍ଷାଳୟରେ ରାଓଙ୍କ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରାଯାଇଛି ।

ଗତ ଅପ୍ରେଲ ୧୯ ତାରିଖ ସକାଳେ ବୋଷ୍ଟନ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆଲଷ୍ଟନ୍ ଷ୍ଟ୍ରିଟ୍ ଠାରୁ ଶେଷା୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ତେବେ ଦିର୍ଘ ୧୧ଦିନ ପରେ ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ କୌଣସି ସୂଚନା ମିଳିପାରି ନଥିବାରୁ
ଶେଷା୍ରୀଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ରାଓ ଗତ ଏକ ବର୍ଷ ତଳେ ପାଠ ପଢିବାକୁ ଆମେରିକା ଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version