• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ

May 2, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨(ଓଡ଼ିଶା ଡ଼ଟ୍ କମ୍) ନିକଟରେ କଟକ ଶ୍ରୀରାମମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଶିଶୁ ଅଦଳବଦଳ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି ।

ତିହିଡ଼ି ବ୍ଲକ ବଉଳପାଳ ଗ୍ରାମର ଭାଗବତ ବାରିକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରସବ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ସୋମବାର ରାତିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

କିନ୍ତୁ ମଙ୍ଗଳବାର ସକାଳେ ଜନୈକ ଆଶାକର୍ମୀ ଲକ୍ଷ୍ମୀପ୍ରିୟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଖବର ଦେବାରୁ ତାଙ୍କ ମା’ ସତ୍ୟଭାମା ଖୁସୀରେ ସେଠାରେ ଥିବା କର୍ମଚାରୀ ମାନଙ୍କୁ ୨ଶହ ଟଙ୍କା ମିଠା ଖାଇବାକୁ ଦେଇ ନିଜ ଶୌଚାଳୟ ଚାଲିଯାଇଥିଲେ ।

କିଛି ସମୟ ପରେ ସେ ପ୍ରସୂତୀ ବିଭାଗରେ ପହଞ୍ଚି ନିଜ କନ୍ୟା ଲକ୍ଷ୍ମୀଙ୍କ ନିକଟରେ ଏକ କନ୍ୟା ସନ୍ତାନ ଶୋଇଥିବା ଦେଖିଥିଲେ । ସେ ଏହାକୁ ସହଜରେ ଗ୍ରହଣ କରିନପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନବଜାତ ଶିଶୁକୁ ବଦଳ କରି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ।

ଡ଼ାକ୍ତରଖାନା କର୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ସେଦିନ ୪ଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ତଥା ଲକ୍ଷ୍ମୀପ୍ରିୟାଙ୍କ କନ୍ୟା ସନ୍ତାନ ହୋଇଥିବା ଗଣମାଧ୍ୟମକୁ କହିଥିଲେ ।

ତେବେ ଲକ୍ଷ୍ମୀପ୍ରିୟା ଉକ୍ତ କନ୍ୟାକୁ ନିଜର ସନ୍ତାନ ଭାବରେ ସହଜରେ ଗ୍ରହଣ କରିନପାରି ବହୁ ଅନୁରୋଧ ପରେ ଦୀର୍ଘ ୧୪ଘଣ୍ଟା ପରେ କ୍ଷୀର ପାନ କରଇଥିଲେ ।

ଏସଂପର୍କରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଭାଗବତ ଟାଉନ ଥାନାରେ ଏକ ଏତଲା ଦେବା ସହ ତାଙ୍କ ପୁତ୍ର ସନ୍ତାନକୁ ଫେରାଇ ଦେବା ଏବଂ ଆବଶ୍ୟକ ପଡ଼ିଲେ ନବଜାତ ଶିଶୁର ଡ଼ିଏନ୍ଏ ପରୀକ୍ଷା ପାଇଁ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚିକିତ୍ସାଳୟ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version