Site icon Odisha.com

ଆଇଏଏସ୍ ଅଦଳବଦଳ, ଅରବିନ୍ଦ ପାଢୀ କେନ୍ଦ୍ରାଞ୍ଚଳ ଆର୍ଡ଼ିସି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ବୁଧବାର ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଥିବା ବେଳେ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ପାଢୀଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡ଼ିସି ଭାବେ ଅବସ୍ଥାପିତ କରିଛନ୍ତି ।

ଏହାସହ ପାଢୀଙ୍କୁ ଅବକାରୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଖଣି ଓ ଇସ୍ପାତ ସଚିବ ମନୋଜ ଆହୁଜାଙ୍କୁ ବାଣିଜ୍ୟକର କମିଶନର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଡ଼ି.କେ.ସିଂହଙ୍କୁ ଅବସ୍ଥାପିତ କରାଯାଇଛି ।

ସେହିପରି ଶାଶ୍ୱତ ମିଶ୍ରଙ୍କୁ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସହ କ୍ରୀଡ଼ା ବିଭାଗର ସଚିବ ଭାବେ ଏବଂ ପି.କେ.ଜେନା ଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ମଧୂସୂନ ପାଢୀଙ୍କୁ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version