Site icon Odisha.com

ବାଲୁକାଶିଳ୍ପୀ ସୁଦର୍ଶନଙ୍କୁ ସମ୍ମାନଜନକ ଡ଼କ୍ଟରେଟ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମଇ ୨(ଓଡ଼ିଶା ଡ଼ଟ୍ କମ୍) ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ସମ୍ମାନଜନକ ଡ଼କ୍ଟରେଟ ପ୍ରାଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟର ୧୭ ତମ ସମାବର୍ତନ ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଅନ୍ୟମାନେ ହେଲେ ମୋହିନି ଗିରି, ଅରୁଣ ଜେଟ୍ଲୀ, ଜଷ୍ଟିସ ଦୀପକ ମିଶ୍ର, ଡ଼ା. ସୟ ଏସ୍ ହମି୍, ଇକ୍ବାଲ ଚଗଲା, ପିନାକି ମିଶ୍ର, ଚନ୍ଦ୍ରଭାନୁ ସତପଥୀ, ସୌମ୍ୟରଂଜନ ପଟ୍ଟନାୟକ ଏବଂ ସିଦ୍ଧାନ୍ତ ମହାପାତ୍ର ।

“ଏହି ସମ୍ମାନ ପାଇ ମୁଁ ଅତ୍ୟନ୍ତ ଖୁସି । ବାଲୁକା କଳା କ୍ଷେତ୍ରରେ ଦେଶପାଇଁ ସଫଳାତା ଆଣିବା ଦିଗରେ ସବୁବେଳେ ଚେଷ୍ଟା କରିବି” ସୁଦର୍ଶନ କହିଛନ୍ତି ।

୩୫ ବର୍ଷ ବୟସ୍କ ପଟ୍ଟନାୟକ ୫୦ରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିୟାନସିପ୍ ରେ ଅଂଶ ଗ୍ରହଣ କରି ଦେଶ ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି ।

ଆୟୋଚିତ ସମାବର୍ତନ ଉତ୍ସବରେ ଯୋଜନା କମିଶନ ସଦସ୍ୟ ଡ଼ା. ସୟ ଏସ୍ ହମି୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version