Site icon Odisha.com

ଶିଶୁ ପତ୍ରିକା ‘କ୍ଲାଉଡ୍୯’ ଉନ୍ମୋଚିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨(ଓଡ଼ିଶା ଡ଼ଟ୍ କମ୍) କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ପକ୍ଷରୁ ପ୍ରକାଶିତ ଜାତୀୟ ସ୍ତରର ଶିଶୁ ପତ୍ରିକା ‘କ୍ଲାଉଡ୍୯’ ବୁଧବାର ଉନ୍ମୋଚିତ ହୋଇଛି ।

ବିଶିଷ୍ଟ ସମାଜସେବୀ ପଦ୍ମ ବିଭୂଷଣ ମହାଶ୍ୱେତା ଦେବୀ ଏହାକୁ ଉନ୍ମୋଚନ କରି କିଟ୍ ଓ କିସ୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

କ୍ଲାଉଡ୍୯ ଜାତୀୟସ୍ତରରେ ସ୍କୁଲ୍ ପିଲାଙ୍କ ସୃଜନୀକୁ ଉପଯୁକ୍ତ ଭାବେ ସ୍ଥାନୀତ କରିବା ଏବଂ ବ୍ୟାପକ ଶିଶୁ ପାଠକ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବ ବୋଲି ଏହାର ମୁଖ୍ୟ ସଂପାଦକ ପଦ୍ମଶ୍ରୀ ରସ୍କିନ୍ ବଣ୍ଡ କହିଛନ୍ତି ।

କମ୍ ସଂଖ୍ୟକ ପ୍ରକାଶକ ଶିଶୁ ପ୍ରତିଭାକୁ ପ୍ରକାଶ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ଶିଶୁ ସାହିତ୍ୟର ବିଶେଷ ପ୍ରସାର ଘଟିପାରିନାହିଁ । କ୍ଲାଉଡ୍୯ ଜରିଆରେ ଏହି ସମସ୍ୟାର ଆଂଶିକ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

ଭାରତ ସଂପ୍ରତି ବିଭିନ୍ନ ଦିଗରେ ବିକଶିତ ହେବାରେ ଲାଗିଛି । ଏହି ଧାରାକୁ ବଜାୟରଖିବା ସକାଶେ ଆମକୁ ଶିକ୍ଷା ଦକ୍ଷତା ବୃଦ୍ଧି ଓ ସ୍ୱାସ୍ଥ୍ୟଗତ ସୁରକ୍ଷା ଦିଗରେ ସଚେତନ ହେବାକୁ ପଡ଼ିବ ବୋଲି ସମ୍ମାନୀତ ଅତିଥି ଯୋଜନା କମିଶନ ସଦସ୍ୟ ଡ. ନରେନ୍ଦ୍ର ଯାଦବ କହିଛନ୍ତି ।

ଏହା ଦ୍ୱାରାଜାତୀୟସ୍ତରର ସ୍କୁଲ୍ ଛାତ୍ରଛାତ୍ରୀମାନେ ଶ୍ରେଣୀ ଶିକ୍ଷା ବ୍ୟତୀତ ନୂତନ ଶିକ୍ଷା ଲାଭ
କରିପାରିବେ । ଏହି ପତ୍ରିକା ଜରିଆରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାର ସମୟ ଆସିଛି ବୋଲିପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅବସରରେ କହିଥିଲେ ।

ଦେଶର ସମସ୍ତ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକରେ ଏହି ପତ୍ରିକା ପହଞ୍ଚି ପାରିବ ବୋଲି ପତ୍ରିକାର
ସଂପାଦିକା ଡ. ମୋନାଲିସା ବଳ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version