Site icon Odisha.com

ତାଲିମ ବେଳେ ବୁଡ଼ିଯାଇ ଅଗ୍ନିଶମ ଅଧିକାରୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ଅଗ୍ନିଶମ ବିଭାଗର ତାଲିମ ଚାଲିଥିବା ବେଳେ ପାଣିରେ ବୁଡ଼ିଯାଇ ଗୁରୁବାର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି ।

ମହାନୀ ସ୍ଥିତ ବାଙ୍କି ବେଦୀୱାର ନିକଟରେ ଅଗ୍ନିଶମ ତାଲିମ ଅନୁଷ୍ଠାନର ୨୦ରୁ ଉର୍ଦ୍ଧ୍ଵ ଅଧିକାରୀ ତାଲିମ ନେବା ପାଇଁ ପାଣିକୁ ଯାଇଥିଲେ । କିଛି ସମୟ ପରେ ଅନ୍ୟମାନେ ବାହାରକୁ ଆସିଥିବା ବେଳେ ଆସିଷ୍ଟାଣ୍ଟ ଫାୟାର ଅଫିସର ଶୈଳେନ୍ଦୁ ମହାନ୍ତି ଆସିନଥିଲେ ।

ପରେ ସେଠାରେ ଥିବା କର୍ମଚାରୀମାନେ ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ଆଣିଥିଲେ । ତେବେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version