Site icon Odisha.com

ଆଇଏଏସ୍ ପରୀକ୍ଷାରେ ଓଡ଼ିଶାରୁ ୧୨ ଜଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ମଇ ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରାପରିଚାଳିତ ୨୦୧୧ ବର୍ଷର ସିଭିଲ୍ ସର୍ଭିସେସ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଏଥିରେ ଓଡ଼ିଶାର ୧୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରେ ୩୫ ନମ୍ବରରେ ଅନୁପମ ଶାହା, ୪୭ ନମ୍ବରରେ ବେପ୍ରିୟ ବର୍ଦ୍ଧନ, ୫୬ ନମ୍ବରରେ ଲକ୍ଷ୍ମୀନାରାୟଣ ମିଶ୍ର, ୧୧୭ ନମ୍ବରରେ ସୌମ୍ୟା ମିଶ୍ର, ୧୪୪ ନମ୍ବରରେ ସନ୍ତୋଷ କୁମାର ମିଶ୍ର, ୨୪୬ ନମ୍ବରରେ ସୁଧାଂଶୁ ଶେଖର ମିଶ୍ର ।

୨୯୦ ନମ୍ବରରେ ସୁଦୀପ୍ତା ଦାସ, ୩୦୦ ନମ୍ବରରେ ସୌମେନ୍ଦୁ କୁମାର ଦାସ, ୪୯୪ ନମ୍ବରରେ ସଚିନ୍ କୁମାର ମିଶ୍ର, ସମ୍ବିତ ସୌରଭ ନାୟକ, ପ୍ରିୟଙ୍କା ଦାସ ଓ ସୁରେଶ କୁମାର ବେହେରା ।

କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କୁ ଆଇଏଏସ୍, ଆଇଏଫ୍ଏସ୍ ଓ ଆଇପିଏସ୍ ତଥା କେନ୍ଦ୍ରୀୟ ସେବା,ଗ୍ରୁପ୍-ଏ, ଗ୍ରୁପ୍-ବି ନିଯୁକ୍ତି ପାଇଁ ତାଲିକାଭୁକ୍ତ କରାଯାଇଛି ।

ମୋଟ ୯୧୦ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୨୦ ଜଣ ସାଧାରଣ ବର୍ଗର ୫୫ଜଣ ଓବିସି. ୧୫୭ ଜଣ ଏସସି ଓ ୭୮ ଜଣ ଏସ୍ଟି ପରୀକ୍ଷାର୍ଥୀ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version