ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପାରଳାଖେମୁଣ୍ଡି,ମଇ ୪(ଓଡ଼ିଶା ଡ଼ଟ୍ କମ୍) ଗଜପତି ଜିଲ୍ଲାରେ ଶୁକ୍ରବାର ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଅଙ୍ଗରକ୍ଷୀ ପ୍ରଶାନ୍ତ ମାଝି ଓରଫ ସୁଶାନ୍ତ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।
ଜିଲ୍ଲା ପୋଲିସ ମୁଖ୍ୟ ସାର୍ଥକ ଷଡ଼ଙ୍ଗୀଙ୍କ ନିକଟରେ ସେ ଆତ୍ମ ସମର୍ପଣ କରିଥିବା ବେଳେ ୨୦୦୫ରେ ଛାତ୍ର ଥିବା ସମୟରେ ସବ୍ୟସାଚୀଙ୍କ ସଂପର୍କରେ ଆସି ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା ।
ମାଓବାଦୀ ସଂଗଠନରେ ମିଶିବା ପରେ ପ୍ରଶାନ୍ତ ଅସ୍ତ୍ରଚାଳନା ସହ ବିସ୍ଫୋରଣ ଭଳି କାର୍ଯ୍ୟ ନେଇ କ୍ଷମତା ହାସଲ କରିଥିଲା । ପାଣିଗଣ୍ଡା ବିଟ୍ ହାଉସ୍ ବିସ୍ଫୋରଣ, କଟାମା ହିଂସାକାଣ୍ଡ, ଝଂଜିରିଗୁଡ଼ା ଠିକାଦାରଙ୍କୁ ମାଡ଼ ସହ ଗାଜଲବାଡ଼ି କାଠଟ୍ରକ୍ ପୋଡ଼ି ଇତ୍ୟାଦି ଘଟଣାରେ ସେ ସଂପୃକ୍ତ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।
ସେହିପରି କେନ୍ଦୁଝର ଓ ଯାଜପୁର ଜିଲ୍ଲା କାଳିଆହାତା-କାଳିଆପାଣି ଜଙ୍ଗଲରୁ ଜଣେ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀକୁ ପୋଲିସ ଗିରଫ କରିଛି ।
ଉଭୟ ଜିଲ୍ଲା ପୋଲିସ ମିଳିତ ତଲାସି ଅଭିଯାନ ବେଳେ ସୁନି ସାଇ ଓରଫ ନାନି ନାମକ ଏହି ମାଓବାଦୀ ଧରାପଡ଼ିଛି । ତା’ଘର ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ବୋଲି ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍