ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମଇ ୬(ଓଡ଼ିଶା ଡ଼ଟ୍ କମ୍) କଟକ ସିଡିଏ ଅଞ୍ଚଳରେ ଏକ ନିର୍ମାଣାଧୀନ ପୋର୍ଟିକୋ ଛାତଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ପୋଲିସ ରବିବାର କହିଛି ।
ଆହତ ମାନଙ୍କୁ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଶନିବାର ରାତିରେ ଜୁଡ଼ିସିଆଲ ଏକାଡ଼େମୀ କୋଠାର ପୋର୍ଟିକୋ ନିର୍ମାଣ ଚାଲିଥିବା ବେଳେ ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ଛାତ ଉପରେ ଦୁଇଜଣ ତଳେ ଅନ୍ୟ ଜଣେ ଶ୍ରମିକ କାର୍ଯ୍ୟ କରୁଥିଲେ ।
ଫଳରେ ତିନି ଜଣ ଶ୍ରମିକ ଛାତ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ଅଧିକାରୀ ସେଠାରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍