Site icon Odisha.com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲା ତାକତପୁର ଅଞ୍ଚଳରୁ ଶନିବାର ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏକ ଘର ଉପରେ ଚଢାଉ କରି ୪୭୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦ ପଲ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ମା’କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version