Site icon Odisha.com

ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଏନ୍ସିଟିସିକୁ ନବୀନଙ୍କ ବିରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମଇ ୫(ଓଡ଼ିଶା ଡ଼ଟ୍ କମ୍) ଆତଙ୍କବାଦୀ ମାନଙ୍କ ପାଇଁ ନ୍ୟାସନାଲ କାଉଣ୍ଟର ଟେରୋରିଜମ୍ ସେଣ୍ଟର ଗଠନ ପାଇଁ ଆଲୋଚନା ନିମନ୍ତେ ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏହାକୁ ବିରୋଧ କରିଛନ୍ତି ।

ବର୍ତମାନ ଫର୍ମାଟରେ ଏନ୍ସିଟିସି ଗ୍ରହଣୀୟ ନୁହେଁ ବୋଲି ସେ ସମ୍ମିଳନୀରେ ଉଦ୍ଦବୋଧନ ଦେଇ କହିଛନ୍ତି । ଏନ୍ସିଟିସିକୁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଭଳି ପୃଥକ୍ ସଂସ୍ଥା କରାଯାଯାଇ ପାରେ ବୋଲି ସେ ମତ ଦେଇଛନ୍ତି ।

ଏନ୍ସିଟିସି ଇନ୍ଟେଲିଜେନ୍ସ ବ୍ୟୁରୋର ଅଂଶବିଶେଷ ହେବା ଉଚିତ୍ ନୁହେଁ । ସଙ୍କଟ ସମୟରେ କେନ୍ଦ୍ର ସରକାର ଏକତରଫା ଭାବେ ପଦକ୍ଷେପ ନେଇପାରିବ ବୋଲି ଗତ ଫେବୃୟାରୀ ମାସରେ ହୋଇଥିବା ବୁଝାମଣାରେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି ।

ଏହା ରାଜ୍ୟ ଗୁଡ଼ିକର କ୍ଷମତା ଓ ଅଧିକାର ପ୍ରତି ଅସମ୍ମାନ । ରାଜ୍ୟ ଗୁଡ଼ିକର ସଂଘୀୟ ଅଧିକାର ପ୍ରତି ସମ୍ମାନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

ଏଥିପାଇଁ ଅଧିକ ତର୍ଜମା ନାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ସବ୍ କମିଟି ଗଠନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version