Site icon Odisha.com

ରାଜ୍ୟର ୧୫୧ଟି କେନ୍ଦ୍ରରେ ଯୁଗ୍ମ ପ୍ରବେଶିକା ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ୧୫୧ଟି ଏବଂ ରାଜ୍ୟ ବାହାରେ ୩୧ଟି କେନ୍ଦ୍ରରେ ରବିବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି ।

ଏଗୁଡ଼ିକ ମଧ୍ୟରୁ ଭୁବନେଶ୍ୱରରେ କେବଳ ୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯୁଗ୍ମ ପ୍ରବେଶିକା ପରୀକ୍ଷା ଅଧିନରେ ଥିବା ଏମ୍.ଫାର୍ମା ବ୍ୟତୀତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଏହି ପରୀକ୍ଷା ହେବ ।

ଚଳିତ ବର୍ଷ ୯୯ ହଜାର ୮୩୬ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଇଂଜିନିୟରିଂରେ ୬୮ ହଜାର ଓ ମେଡ଼ିକାଲରେ ୩୧ ହଜାର ୫୦୦ ଜଣ ଅଛନ୍ତି ।

ତିନୋଟି ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା,ଦ୍ୱିତୀୟ ସିଫ୍ଟ ୧୨ଟାରୁ ୧ଟା ଏବଂ ତୃତୀୟ ସିଫ୍ଟ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ହେବ ।

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପ୍ରାୟ ଚାରି ଶହ ଜଣ ସ୍କ୍ୱାର୍ଡ଼ଙ୍କୁ ବିଭିନ୍ନ କେନ୍ଦ୍ରରେ ନିୟୋଜିତ କରାଯାଇଥିବା ଜେଇଇ କର୍ତୃପକ୍ଷ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version