Site icon Odisha.com

ଜଗତସିଂହପୁର: ଗୁଳି ମାଡ଼ରେ ଦୁଇ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ଦହିସାହି ବଜାରରେ ରବିବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଏବଂ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।

ତୁଳସୀଗାଡ଼ି ନିକଟରେ ଆୟୋଜନ କରାଯାଇଥିବା ଯଜ୍ଞ ସ୍ଥଳ ନିକଟରେ ଗୁମୁଟିପୁର ଗ୍ରାମର ଜଗଦିଶ ଖଟୁଆ ନାମକ ଜଣେ ୨୧ ବର୍ଷ ବୟସ୍କ ବାଳକ ସାଇକେଲ ଷ୍ଟାଣ୍ଡ ଦେଇଥିଲେ । ଉକ୍ତ ଷ୍ଟାଣ୍ଡରେ ଜଣେ ଅଜଣାବ୍ୟକ୍ତି ମଟରସାଇକେଲ ରଖିବା ପରେ ଜଗଦିଶ ତାଙ୍କୁ ପାଞ୍ଚ ଟଙ୍କା ମାଗିଥିଲେ ।

ଅଜଣାବ୍ୟକ୍ତି ଜଣକ ଟଙ୍କା ଦେବାକୁ ମନା କରିବୋରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସଂପୃକ୍ତ ବ୍ୟକ୍ତି ଉତ୍ତେଜିତ ହୋଇ ବାଳକ ଉପରକୁ ଗୁଳି ଚଳାଇଥିଲେ ।

ଗୁଳିମାଡ଼ ସଂପର୍କରେ ଜାଣି ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ ବାଳକକୁ ଉଦ୍ଧାର କରିବାକୁ ଆସିଥିବା ବେଳେ ଅଜଣା ବ୍ୟକ୍ତି ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଫଳରେ ଉଭୟ ବାଳକ ଓ ବୃଦ୍ଧ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଏବଂ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ପରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଗୁଳି ଚଳାଇଥିବା ବ୍ୟକ୍ତିକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ଲିପୁ ବୋଲି ପୋଲିସ କହିଛି । ପୋଲିସ ତା’ଠାରୁ ଗୋଟିଏ ରିଭଲଭର ଏବଂ ୧୫ଟି ଗୁଳି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version