Site icon Odisha.com

ଜେଇଇରେ ଅବ୍ୟବସ୍ଥା, ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ରବିବାର ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଡମିଟ୍ କାର୍ଡରେ ଆବଶ୍ୟକ ସୂଚନାର ଅଭାବ ଓ ରୋଲ୍ ନମ୍ବର ନଥିବାରୁ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

ପରୀକ୍ଷା କେନ୍ଦ୍ର ଗୁଡିକର ରୋଲ୍ ନମ୍ବର ସହ ପରୀକ୍ଷାର୍ଥୀଙ୍କ ଆଡ଼ମିଟ୍ କାର୍ଡ଼ରେ ଥିବା ରୋଲ୍ ନମ୍ବର ସମାନ ନଥିବାରୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନାହିଁ ।

ଏହାବ୍ୟତୀତ କେତେକ କେନ୍ଦ୍ରରେ ପ୍ରଥମ ସିଟିଙ୍ଗରେ ବସିବା ପାଇଁ ପରୀକ୍ଷାର୍ଥୀଙ୍କ ଆଡ଼ମିଟ୍ କାର୍ଡ଼ରେ ଉଲ୍ଲେଖ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ସେମାନଙ୍କୁ ଦ୍ୱିତୀୟ ସିଟିଙ୍ଗରେ ବସିବା ପାଇଁକହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଚଳିତ ବର୍ଷ ୯୯ ହଜାର ୮୩୬ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଇଂଜିନିୟରିଂରେ ୬୮ ହଜାର ଓ ମେଡ଼ିକାଲରେ ୩୧ ହଜାର ୫୦୦ ଜଣ ପରୀକ୍ଷାର୍ଥୀ ଥିଲେ ।

ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫୧ଟି ଓ ରାଜ୍ୟ ବାହାରେ ୩୧ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୪୨ଟି କେନ୍ଦ୍ର କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version