Site icon Odisha.com

ଶିମିଳିପାଳରୁ ଚାରି ହାତୀ କଙ୍କାଳ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୭(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟରୁ ୪ ହାତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ରବିବାର ଏହି ହାତୀ କଙ୍କାଳ ମିଳିଥିବା ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ରର ଉପନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ।

ଶିକାରୀମାନେ ହାତୀ ମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ପୋତିଦେଇ ପତ୍ରରେ ଘୋଡାଇ ଦେଇଥିଲେ ବୋଲି ସେ କହିଛନ୍ତି । ଏହି ଖବର ପାଇବା ପରେ ବନ କର୍ମଚାରୀମାନେ ସେଠାକୁ ଯାଇ ହାତୀ କଙ୍କାଳ ଉଦ୍ଧାର କରିଛନ୍ତି ।

ମିଳିଥିବା କଙ୍କାଳ ଗୁଡ଼ିକର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପରିବେଶବିତ୍ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version