Site icon Odisha.com

ପର୍ଯ୍ୟଟକଙ୍କ ପାଇଁ ରେଳ,ବିମାନ ଯୋଗାଯୋଗର ଉନ୍ନତି ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ମଇ ୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଦେଶୀ ପର୍ଯଟକଙ୍କ ସୁବିଧା ନିମନ୍ତେ ରେଳ ଓ ବିମାନ ଯୋଗାଯୋଗର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ସେ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସୁବୋଧକାନ୍ତ ସହାୟଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି ।

ଓଡ଼ିଶାକୁ ଦେଶ ବିଦେଶରୁ ବହୁ ବୈଦ୍ଧ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ରେଳ ଓ ବିମାନ ଯୋଗାଯୋଗର ଉନ୍ନତି ନହେବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ନବୀନ କହିଛନ୍ତି ।

ତେଣୁ ରାଜ୍ୟରେ ଏହି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଭୁବନେଶ୍ୱରରୁ ବାରଣାସୀ ମଧ୍ୟରେ ଚଳାଚଳ କରୁଥିବା ବିମାନ ୧୯୯୪ରୁ ବନ୍ଦ ହୋଇଯାଇଛି । ତେଣୁ ଏହାକୁ ପୁନଃ ପ୍ରଚଳନ ପାଇଁ ସେ ଦାବି କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ପୀଠ ଗୁଡ଼ିକୁ ମହାରାଜା ଏକ୍ସପ୍ରେସ କ୍ଳାସିକାଲ ଇଣ୍ଡିଆ ଟ୍ରେନ୍ ଚଳାଚଳ, ବିହାର, ଉତ୍ତରପ୍ରଶେ ଓ ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ମହାପରୀ ନିର୍ବାଣ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଓଡ଼ିଶାକୁ ଆସୁ ବୋଲି ସେ କହିଛନ୍ତି ।

ବଲାଙ୍ଗୀର ଠାରେ ଥିବା ଫୁଡ କ୍ରାପ୍ଟ ଇନଷ୍ଟିଚ୍ୟୁଟକୁ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନର ଉନ୍ନିତ ହେଉ । ଯାହାଦ୍ୱାରା ସେଠାରେ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ ।

ଓଡ଼ିଶାର ବୌଦ୍ଧ ପୀଠ ଗୁଡ଼ିକ ନିମନ୍ତେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ରେଳ ମନ୍ତ୍ରଣାଳୟ ସହିତ ଆଲୋଚନା କରିବେ ବୋଲି ସହାୟ ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version