Site icon Odisha.com

ବାଙ୍ଗାଲୁରୁ: ଦୁର୍ଘଟଣାରେ ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୭(ଓଡ଼ିଶା ଡ଼ଟ୍ କମ୍) କର୍ଣ୍ଣାଟକର ବାଙ୍ଗାଲୁରୁ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି ।

ରବିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ମୃତକଙ୍କ ପରିବାର ଲୋକେ ସୋମବାର ଏହି ଖବର ଜାଣିବାକୁ ପାଇଛନ୍ତି । ପ୍ରାଣହରାଇଥିବା ସମସ୍ତ ଶ୍ରମିକ କରଞ୍ଜିଆ ଅଞ୍ଚଳର ।

ସେମାନେ ଏକ ଭ୍ୟାନ୍ ରେ କାମକରୁଥିବା କାରଖାନାକୁ ଯାଉଥିବା ସମୟରେ ଗାଡ଼ିଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାରେ ଆହତ ଅନ୍ୟ ତିନିଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଦୁଃସମ୍ବା ପହଞ୍ଚିବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version