Site icon Odisha.com

ଗୁଳିମାଡ଼ ଘଟଣାରେ ଦୁଇ ଠିକାଦାରଙ୍କ ସହ ଆଠ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଗତ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣାରେ ସୋମବାର ଦୁଇ ଜଣ ଠିକାଦାରଙ୍କ ସହ ଆଠ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

କୁସୁନାପୁର ଗ୍ରାମରୁ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ତିନୋଟି ପିସ୍ତଲ, ୧୮ଟି ଗୁଳି, ଛଅଟି ମାଗାଜିନ୍, ପାଞ୍ଚଟି ମୋବାଇଲ, ଗୋଟିଏ କାର, ମଟର ସାଇକେଲ ଏବଂ ସିଡ଼ି ଜବତ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ନରସିଂହ ଭୋଳ କହିଛନ୍ତି ।

ଦୁଇ ଠିକାଦାରଙ୍କ ବ୍ୟତୀତ ଅନ୍ୟ ଛଅ ଜଣ ଗତ ଗୁରୁବାର ବଡ଼ପଲା ଛକ ଠାରେ ପ୍ରଭାତ ନାୟକ ଓ ନରେଶ ସେଠୀଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହି ଘଟଣା ପରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ବେଳେ ବଡ଼ପାଲଗଡ଼ ଗ୍ରାମକୁ ସେମାନେ ଆସିଥିବା ପୋଲିସ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version