• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଶ୍ଚିମ ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ

May 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ମଇ ୮(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶା ଆଇନଜିବୀ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ଦଶଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘର ବିବାଦ ଘଟଣାର ବିଚାର ବିଭାଗୀୟ ତଦନ୍ତ ତଥା ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବନ୍ଦ ଡ଼ାକରା ଦିଆଯାଇଛି ।

ବନ୍ଦକୁ ସମର୍ଥନ ଜଣାଇ ଆଜିଦିନକ ପାଇଁ ହାଇକୋର୍ଟ ଓକିଲମାନେ ମଧ୍ୟ କାର୍ଯ୍ୟ ବନ୍ଦ କରିଛନ୍ତି । ସମ୍ବଲପୁର ସହରରେ ସରକାରୀ ଓ ବେସରକାରୀ କାର୍ଯ୍ୟନୁଷ୍ଠାନ, ସ୍କୁଲ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଓକିଲ ସଂଘର କର୍ମକର୍ତାମାନେ ଜିଲ୍ଲାପାଳ ଏବଂ ଆର୍ଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସଂଗଠନ ଏହି ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛନ୍ତି ।

ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାରେ ଓକିଲମାନେ ବନ୍ଦକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଗତ ୨୩ ତାରିଖ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱେସ୍କୋର ବିଦ୍ୟୁତ କାଟ୍ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଓକିଲମାନେ ଏକ ବସରେ ବୁର୍ଲା ଯିବାକୁ ବାହାରୁ ଥିବା ବେଳେ ଜିଲ୍ଲାପାଳ ସେଠାରେ ପହଞ୍ଚି ଓକିଲଙ୍କୁ ଆକ୍ଷେପ କରି ବିଭିନ୍ନ ପ୍ରକାର ଅଶାଳୀନ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିବା ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଏତାଲା ଦିଆଯାଇଥିବା ବେଳେ ଜିଲ୍ଲାପାଳ ଓ ଉପନିବନ୍ଧକଙ୍କ ଏତଲା ଭିତ୍ତିରେ ୧୮ ଜଣ ଓକିଲଙ୍କୁ ଗିରଫ କରାଯାଇଥିଲା । ତେବେ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହା ବିରୋଧରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଅଞ୍ଚଳରେ ଆନ୍ଦୋଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇନଜୀବୀ, ପଶ୍ଚିମ ଓଡ଼ିଶା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version