Site icon Odisha.com

ପୋଲିସ ଏଏସ୍ଆଇଙ୍କୁ ଅପହରଣ ପରେ ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆପଡ଼ା, ମଇ ୮(ଓଡ଼ିଶା ଡ଼ଟ୍ କମ୍) ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ମାଓବାଦୀମାନେ ଜଣେ ପୋଲିସ ଏଏସ୍ଆଇଙ୍କୁ ଅପହରଣ କରିନେବା ପରେ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଧରମବନ୍ଧା ଫାଣ୍ଡି ଏଏସ୍ଆଇ କୃପାରାମ ମାଝୀଙ୍କୁ ଆଜି ପୂର୍ବାହ୍ନରେ ପ୍ରାୟ ୧୦ରୁ ୨୦ ଜଣ
ମାଓବାଦୀ ବୁଧାଶ ଗାଁ ନିକଟରୁ ଅପହରଣ କରିନେଇଥିଲେ ।

ଏହି ଘଟଣା ପରେ ପୋଲିସ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଝୀଙ୍କ ଗୁଳିବିନ୍ଧ ମୃତହେ
ଉଦ୍ଧାର କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମାଝୀଙ୍କ ସହ ଥିବା କନଷ୍ଟେବଳ ଦେବନାରାୟଣ ସାହୁଙ୍କୁ ମାଓବାଦୀମାନେ ଛାଡ଼ି ଦେଇଥିଲେ ।
କୃପାରାମଙ୍କ ଘର କୋମନା ବ୍ଲକ ଅନ୍ତର୍ଗତ ବେଲଟୁକୁରୀ ଗାଁରେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version