Site icon Odisha.com

ଡ୍ରେନ୍ କାମବେଳେ ପାଚେରୀ ଭୁଶୁଡ଼ି ୨ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମଇ ୮(ଓଡ଼ିଶା ଡ଼ଟ୍ କମ୍) ପୁରୀ ସହରରେ ମଙ୍ଗଳବାର ୱାଟର ୱାର୍କସ ରୋଡରେ ଡ୍ରେନ୍ କାର୍ଯ୍ୟ ଚାଲିଥିବାବେଳେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସକାଳେ ଡ୍ରେନ୍ ପାଇଁ ଗାତ ଖୋଳାକାମ ଚାଲିଥିବାବେଳେ ହଠାତ୍ ୫୦ଫୁଟ ଲମ୍ବର ଏକ ଇଟା ପାଚେରୀ ଗାତ ଭିତରକୁ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ବେଳେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା ।

ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତକଙ୍କ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯିବା ସହ ଆହତ ଶ୍ରମିକ ଦ୍ଵୟଙ୍କୁ ୫ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version