Site icon Odisha.com

ଶ୍ରୀଲଙ୍କାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଶ୍ରୀଲଙ୍କାରେ ଏକ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ବୁଧବାର କୁହାଯାଇଛି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରପା ଗ୍ରାମର ବଳରାମ ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ ମୁଦ୍ଧରଗାମା ସହରରେ ଥିବା କମ୍ଫ୍ୟାବ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ଼୍ ରେ ଆସିଷ୍ଟାନ୍ଟ ଫିଟର ଭାବେ କାମ କରୁଥିଲେ ।

ମାନସ ମଙ୍ଗଳବାର କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ
ହୋଇଥିବା ଭୁବନେଶ୍ୱର ସ୍ଥିତ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ସୂଚନା ଦିଆଯାଇଛି ବୋଲି ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ଜିତ ମୋହନ ହାଁସଦା କହିଛନ୍ତି ।

ଶୀଘ୍ର ଶ୍ରୀଲଙ୍କାରୁ ତାଙ୍କର ମରଶରୀର ଭୁବନେଶ୍ୱର ପହଞ୍ଚିବ, ସେ କହିଛନ୍ତି । ଗତ ଛଅ ମାସ ତଳେ ସେ ସେଠାରେ କାମ କରିବାକୁ ଯାଇଥିବା ବେଳେ ତାଙ୍କର ପିତା ମାତା, ପତ୍ନୀ ଏବଂ ଏକ ବର୍ଷର ଶିଶୁପୁତ୍ର ଅଛନ୍ତି ।

କାରଖାନାର ଜଣେ କର୍ମଚାରୀଙ୍କ ଠାରୁ ଫୋନ୍ ପାଇ ଘଟଣା ସଂପର୍କରେ ଆମେ ଜାଣିବାକୁ ପାଇଲୁ, ମାନସଙ୍କ ଭାଇ ରଞ୍ଜନ ମଲ୍ଲିକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version