Site icon Odisha.com

ଡ଼ାକ୍ତର ବ୍ରହ୍ମାନନ୍ଦ ପଣ୍ଡା ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୯(ଓଡ଼ିଶା ଡ଼ଟ୍ କମ୍) ବହୁଚର୍ଚ୍ଚିତ ଡ଼ାକ୍ତର ବ୍ରହ୍ମାନନ୍ଦ ପଣ୍ଡା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଥିବା ବେଳେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ-୩ ବିଚାରପତି ୨୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପଣ୍ଡାଙ୍କ ନର୍ସିଂହୋମ୍ ରେ ପୂର୍ବତନ ଝାଡ଼ୁଦାର ହରି ଓରଫ୍ ହରେନ୍ଦ୍ର ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ସ୍ଥିତ ପଣ୍ଡା ନର୍ସିଂ ହୋମ୍ ମାଲିକ ତଥା ସୁପ୍ରସିଦ୍ଧ ଡ଼ାକ୍ତର ପଣ୍ଡାଙ୍କୁ ଗତ ୨୦୧୦ ଜୁଲାଇ ୨୭ରେ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ନର୍ସିଂହୋମ୍ ରେ ହରି କାମ କରୁଥିବା ବେଳେ କୌଣସି କାରଣରୁ ତାକୁ ସେଠାରୁ ବାହାର କରାଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ସେ ପଣ୍ଡାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version