• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶା ଆଗୁଆ

May 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ୨୦୦୪-୦୫ ରୁ ୨୦୦୯-୧୦ ମଧ୍ୟରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ବୋଲି କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଲୋକସଭାରେ କହିଛନ୍ତି ।

ଏହି ସମୟରେ ରାଜ୍ୟର ଦାରିଦ୍ର୍ୟ ୨୦.୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଦେଶରେ ଏହା ମାତ୍ର ୭.୪ ପ୍ରତିଶତ ବୋଲି ସେ ଗୁରୁବାର କହିଛନ୍ତି ।

ସହର ଗୁଡ଼ିକରେ ଦୈନିକ ମୁଣ୍ଡପିଛା ବ୍ୟୟ ୨୮ ଟଙ୍କା ୬୫ ପଇସାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ତଥ୍ୟ ଅନୁସାରେ ୨୦୦୪ରୁ ୨୦୧୦ରେ ତ୍ରିପୁରାର ଦାରିଦ୍ର୍ୟ ହାରରେ ୨୨.୬ ପ୍ରତିଶତ ହ୍ରାସ ପାଇଥିବା ସେ କହିଛନ୍ତି ।

ସେହିପରି ନାଗାଲ୍ୟାଣ୍ଡ, ମଣିପୁର, ଆସାମ ଓ ମିଜୋରାମ ଆଦି ରାଜ୍ୟରେ ଦାରିଦ୍ର୍ୟ ହାର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଦାରିଦ୍ର୍ୟ ହାର ୧.୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗୁଜୁରାଟରେ ୮.୬ ପ୍ରତିଶତ ଓ ବିହାରରେ ୦.୯ ପ୍ରତିଶତ ହ୍ରାସ ପାଇଛି ।

୨୦୦୪-୦୫ରେ ଦେଶର ଦାରିଦ୍ର୍ୟ ହାର ୩୭.୨ ପ୍ରତିଶତ ଥିବା ବେଳେ ୨୦୦୯-୧୦ରେ ଏହା ୨୯.୮ ପ୍ରତିଶତକୁ ହ୍ରାସ ପାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦାରିଦ୍ର୍ୟ, ଲୋକସଭା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version