Site icon Odisha.com

ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶା ଆଗୁଆ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ୨୦୦୪-୦୫ ରୁ ୨୦୦୯-୧୦ ମଧ୍ୟରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ବୋଲି କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଲୋକସଭାରେ କହିଛନ୍ତି ।

ଏହି ସମୟରେ ରାଜ୍ୟର ଦାରିଦ୍ର୍ୟ ୨୦.୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଦେଶରେ ଏହା ମାତ୍ର ୭.୪ ପ୍ରତିଶତ ବୋଲି ସେ ଗୁରୁବାର କହିଛନ୍ତି ।

ସହର ଗୁଡ଼ିକରେ ଦୈନିକ ମୁଣ୍ଡପିଛା ବ୍ୟୟ ୨୮ ଟଙ୍କା ୬୫ ପଇସାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ତଥ୍ୟ ଅନୁସାରେ ୨୦୦୪ରୁ ୨୦୧୦ରେ ତ୍ରିପୁରାର ଦାରିଦ୍ର୍ୟ ହାରରେ ୨୨.୬ ପ୍ରତିଶତ ହ୍ରାସ ପାଇଥିବା ସେ କହିଛନ୍ତି ।

ସେହିପରି ନାଗାଲ୍ୟାଣ୍ଡ, ମଣିପୁର, ଆସାମ ଓ ମିଜୋରାମ ଆଦି ରାଜ୍ୟରେ ଦାରିଦ୍ର୍ୟ ହାର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଦାରିଦ୍ର୍ୟ ହାର ୧.୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗୁଜୁରାଟରେ ୮.୬ ପ୍ରତିଶତ ଓ ବିହାରରେ ୦.୯ ପ୍ରତିଶତ ହ୍ରାସ ପାଇଛି ।

୨୦୦୪-୦୫ରେ ଦେଶର ଦାରିଦ୍ର୍ୟ ହାର ୩୭.୨ ପ୍ରତିଶତ ଥିବା ବେଳେ ୨୦୦୯-୧୦ରେ ଏହା ୨୯.୮ ପ୍ରତିଶତକୁ ହ୍ରାସ ପାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version