ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାରିପଦା, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଶିମିଳିପାଳରେ ପାଞ୍ଚଟି ହାତୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଘଟଣାରେ ସରକାର ସ୍ଥାନୀୟ ରେଞ୍ଜ ଅଫିସରଙ୍କୁ ଗୁରୁବାର ନିଲମ୍ବିତ କରିଛନ୍ତି ।
ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଜେଡି ଶର୍ମା ନଅଣା ରେଞ୍ଜ ଅଫିସର ଉଗ୍ରସେନ ଜେନାଙ୍କୁ କର୍ତ୍ତବ୍ୟରେ ଅବହେଳା ଲାଗି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଗତ ପାଞ୍ଚ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ପାଞ୍ଚଟି ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା । ଶିକାରୀମାନେ ହାତୀ ମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ପୋତି ପତ୍ରରେ ଘୋଡାଇ ଦେଇଥିଲେ ।
ଏହାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ସେ ଶିମିଳିପାଳ ଗସ୍ତକରି ସରକାରଙ୍କୁ ରିପୋର୍ଟ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍