Site icon Odisha.com

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜ ଅଫିସର ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଶିମିଳିପାଳରେ ପାଞ୍ଚଟି ହାତୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଘଟଣାରେ ସରକାର ସ୍ଥାନୀୟ ରେଞ୍ଜ ଅଫିସରଙ୍କୁ ଗୁରୁବାର ନିଲମ୍ବିତ କରିଛନ୍ତି ।

ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଜେଡି ଶର୍ମା ନଅଣା ରେଞ୍ଜ ଅଫିସର ଉଗ୍ରସେନ ଜେନାଙ୍କୁ କର୍ତ୍ତବ୍ୟରେ ଅବହେଳା ଲାଗି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ଗତ ପାଞ୍ଚ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ପାଞ୍ଚଟି ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା । ଶିକାରୀମାନେ ହାତୀ ମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ପୋତି ପତ୍ରରେ ଘୋଡାଇ ଦେଇଥିଲେ ।

ଏହାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ସେ ଶିମିଳିପାଳ ଗସ୍ତକରି ସରକାରଙ୍କୁ ରିପୋର୍ଟ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version