Site icon Odisha.com

ବ୍ରହ୍ମଗିରି: ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମଗିରି, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଗମ୍ଭାରୀ ଗାଁରେ ଲାଗି ରହିଥିବା ହିଂସାକାଣ୍ଡ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା । ଫଳରେ ଗୁଳିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ବେଳେ ମୃତକମାନେ କଂଗ୍ରେସ ଦଳର ବୋଲି ପୋଲିସ କହିଛି ।

ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ଓ ଗୁଳିମାଡ଼ କରିଥିବା ବେଳେ ପ୍ରାୟ ୨୦ଟିଘର ଭାଙ୍ଗି ଯାଇଛି । ସଂଘର୍ଷ ପରେ ଉତ୍ତେଜନା ଲାଗିରହିଥିବା ବେଳେ ଗ୍ରାମ ପୁରୁଷଶୂନ୍ୟ ହୋଇ ପଡ଼ିଛି ।

ଅଧିକ ଗଣ୍ଡଗୋଳ ଆଶଙ୍କା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ଧାରା ଜାରି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version